ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ରେ ୭୭ତମ ସ୍ବାଧୀନତା ଦିବସ ପାଳିତ।

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ରେ ୭୭ତମ ସ୍ବାଧୀନତା ଦିବସ ପାଳିତ।

    ଭୁବନେଶ୍ୱର, ତା ୧୫/୮, ଦେଶରେ ୭୭ତମ ସ୍ବାଧୀନତା ଦିବସ ତଥା ସ୍ବାଧୀନତା ର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ର ମୁଖ୍ୟ ଦପ୍ତର ଗୃହ ନିର୍ମାଣ ଭବନ ପରିସରରେ ଏହି ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି।
    ଉତ୍ସବ ପ୍ରାରମ୍ଭରେ ଅତିଥି ଓ କର୍ମଚାରୀ ମାନଙ୍କ ଦ୍ଵାରା, ଏକ ସୁସଜ୍ଜିତ ଆସ୍ଥାନ ଉପରେ ସ୍ଥାପିତ ମହାତ୍ମାଗାନ୍ଧୀଜୀ ଙ୍କ ପ୍ରତିକୃତି ରେ ପୁଷ୍ପଗୁଚ୍ଛ ଅର୍ପଣ ପୁର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତତ୍ ପରେ ଉତ୍ସବ ର ମୁଖ୍ୟ ଅତିଥି ତଥା ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସାଗରିକା ପଟ୍ଟନାୟକଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରି ଥିଲେ। ଶ୍ରୀମତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ, ଦେଶର ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ସହୀଦ୍ ଓ ସଂଗ୍ରାମୀ ମାନଙ୍କ ର ସ୍ମୃତି ଚାରଣ କରିବା ସହ, ସାଧାରଣ ଜୀବନ ରେ ସ୍ବଚ୍ଛତା ଅବଲମ୍ବନ ପୂର୍ବକ, ସେମାନଙ୍କର ତ୍ୟାଗ-ପୁତ୍ତ ଜୀବନ କୁ ଧ୍ୟେୟ କରି ଚାଲିବାକୁ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସଂସ୍ଥା ର ସଚିବ ଶ୍ରୀମତୀ ରଶ୍ମୀତାରାଣି ତରାସୀଆ ନିଜ ବକ୍ତବ୍ୟରେ, କର୍ମଚାରୀ ମାନଙ୍କୁ ସଂସ୍ଥା ମୁଖ୍ୟ କାର୍ଯ୍ୟାଳୟ ସୌଧର ନାମ “ ଗୃହ ନିର୍ମାଣ ଭବନ” କୁ ଯଥାର୍ଥ ରେ ରୁପାୟିତ କରିବାକୁ ପରାମର୍ଶ ଦେଇଥିଲେ।
    ସଂସ୍ଥା ର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ବିପୁଳ ସଂଖ୍ୟାରେ କର୍ମଚାରୀ ମାନେ ଯୋଗ ଦେଇ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି ଅବସରରେ ମୁଖ୍ୟ ସୌଧକୁ ରଙ୍ଗୀନ୍ ଆଲୋକ ଓ ପତାକା ମାଳା ରେ ସୁସଜ୍ଜିତ କରାଯିବା ସହ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

1 2 3 7