ଓଡ଼ିଶା ରାଜ୍ୟ ଗୃହ ନର୍ମାଣ ସଂସ୍ଥା ପ୍ରକଳ୍ପ ମାନଙ୍କର ହିତାଧିକାରୀ ମାନଙ୍କୁ ଲିଜ୍ ଦଲିଲ ହସ୍ତାନ୍ତର କାର୍ଯ୍ୟକ୍ରମ ତା ୨୦.୧୧.୨୦୨୧

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓଡ଼ିଶାର ବିଭିନ୍ନ ସହର ତଥା ରାଜଧାନୀ ଭୁବନେଶ୍ୱରରେ ଉନ୍ନତ ଆବାସିକ ପ୍ରକଳ୍ପ କାର୍ଯ୍ୟକାରୀ କରି ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇ ଦେଉଛି । ଅଦ୍ୟାବଧି ସଂସ୍ଥା ୩୧୭୬୫ ଗୋଟି ବିଭିନ୍ନ କିସମର ବାସଗୃହ / ପ୍ଲଟ / ଦୋକାନ ଗୃହ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ନିର୍ମାଣ କରି ଯୋଗାଇଛନ୍ତି । ଏଥିରେ ଭୁବନେଶ୍ୱରରେ ୧୯୬୯୯ଗୋଟି ବାସଗୃହ ଅନ୍ତର୍ଭୁକ୍ତ । ବିଗତ ବର୍ଷ ମାନଙ୍କରେ ସଂସ୍ଥାକୁ ସାଧାରଣ ପ୍ରଶାସନ ବିଭାଗରୁ  ମିଳିଥିବା ଜମି ଉପରେ ତିଆରି କରାଯାଇଥିବା ଘରଗୁଡ଼ିକୁ ଆବଣ୍ଟନଗ୍ରହୀତା ମାନଙ୍କୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ଲିଜ୍ ଦଲିଲ ସମ୍ପନ୍ନ ହୋଇପାରି ନଥିବାରୁ ଆବଣ୍ଟନଗ୍ରାହୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରଚେଷ୍ଟାରେ ଏହି ଅସୁବିଧା ଦୂର କରିବା ପାଇଁ ଏକ ବିଶେଷ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାରଙ୍କ ଜମି ମୂଲ୍ୟର ସୁଧ ବାବଦକୁ ୯ କୋଟି ୯୪ ଲକ୍ଷ ଟଙ୍କା ଗୃହ ନିର୍ମାଣ ସଂସ୍ଥା ଉପରୁ ଛାଡ଼ କରିବାରେ, ତାହା ଆବଣ୍ଟନଗ୍ରାହୀ ମାନଙ୍କ ସ୍ୱାର୍ଥ ରକ୍ଷା କରିବା ସହ ସେମାନଙ୍କୁ ଅତିରିକ୍ତ ଆର୍ଥିକ ଦେୟ ବୋଝରୁ ଛାଡ଼ ମିଳିବ । ପୂର୍ବରୁ ଲିଜ୍ ଦଲିଲ୍ ସମ୍ପାଦନ ହୋଇନଥିବା ସଂସ୍ଥାର ୧୦ଗୋଟି ପ୍ରକଳ୍ପର ୧୭୬୪ଜଣ ହିତାଧିକାରୀ ଏବେ ସେମାନଙ୍କ ଲିଜ୍ ଦଲିଲ ପୁରୁଣା ମୂଲ୍ୟରେ ପଞ୍ଜିକୃତ କରିବେ । ମୁଖ୍ୟତଃ ଚନ୍ଦ୍ରଶେଖରପୁର, ପଟିଆ, କପିଳପ୍ରସାଦ, ଆଇଗିଣିଆ ଓ ଡ଼ୁମୁଡ଼ୁମା ଆଦି ଅଞ୍ଚଳରେ ତିଆରି ହୋଇଥିବା ପ୍ରକଳ୍ପର ଆବଣ୍ଟନଗ୍ରାହୀମାନେ ଏହାଦ୍ୱାରା ଉପକୃତ ହେବେ ।

ଆଜି ସଂସ୍ଥା ତରଫରୁ ୪୦ଜଣ ଆବଣ୍ଟନଗ୍ରାହୀଙ୍କୁ ଏହି ଦଲିଲଗୁଡ଼ିକ ବିତରଣ ହୋଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଗଲା । ଜୟଦେବ ଭବନଠାରେ ‘ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ’ଙ୍କ ସହ ମିଳିତ ଭାବେ ଆୟୋଜିତ ଏକ ଉତ୍ସବରେ ରାଜ୍ୟର ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ନିିମାଣ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଆବଣ୍ଟନଗ୍ରାହୀ ମାନଙ୍କୁ ଜମି ମାଲିକାନା ଦସ୍ତାବିଜ୍ ପ୍ରଦାନ କରିଛନ୍ତି । ଏହାଛଡ଼ା ଏଠାରେ ବିଡ଼ିଏର ଆର୍ଯ୍ୟବିହାର, ଉଦୟଗିରି ବିହାର, କଳିଙ୍ଗ ନଗର, ଅନନ୍ତ ବିହାର ପ୍ରକଳ୍ପର ସମଧର୍ମୀ ଆବଣ୍ଟନଗ୍ରହୀତାଙ୍କୁ ଲିଜ୍ ଦଲିଲ୍ ହସ୍ତାନ୍ତର ପ୍ରକ୍ରିୟାର ଶୁଭାରମ୍ଭ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି । ଆଗାମୀ ଦିନରେ ଗୃହ ନିର୍ମାଣ ସଂସ୍ଥା ତରଫରୁ ଖୁବ୍ ଶୀଘ୍ର ସମସ୍ତ ଆବଣ୍ଟନଗ୍ରହୀତାଙ୍କ ସହ ଲିଜ୍ ଦଲିଲ ସମ୍ପାଦନ କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯିବ । ସରକାରଙ୍କର ଏହି ପଦକ୍ଷେପ ଫଳରେ ଉଭୟ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ବିଡ଼ିଏର ମୋଟ ୨୮୦୩ ଜଣ ହିତାଧିକାରୀଙ୍କୁ  ୨୯ କୋଟି ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଦେୟରୁ ଛାଡ଼ କରାଯିବ ।

ଏହି ଅତିରିକ୍ତ ଦେୟ ଛାଡ଼ ସରକାରଙ୍କର ଐତିହାସିକ ନିଷ୍ପତ୍ତି ବୋଲି ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ପି୍ରୟଦର୍ଶୀ ମିଶ୍ର ଏହି ଉତ୍ସବରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ପୁଣି ସଂସ୍ଥା ତରଫରୁ ଖୁବ୍ ଶୀଘ୍ର ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦରେ ଉନ୍ନତ ବାସପଯୋଗୀ ଭୂମି ପ୍ରକଳ୍ପ ଓ ଡ଼ୁମୁଡ଼ୁମା ଫେଜ୍-୩ରେ ବହୁତଳ ଆବାସିକ ପ୍ରକଳ୍ପ ଭାବେ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଥିବା ଜଣାଇଥିଲେ ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟମର ମାନ୍ୟବର ବିଧୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଡ଼ିଏର ଉପାଧ୍ୟକ୍ଷ ସଞ୍ଜୟ ସିଂ, ଗୃହ ନିର୍ମାଣ ସଂସ୍ଥାର ସଚିବ ସାଗରିକା ପଟ୍ଟନାୟକ ଓ ବିଡ଼ିଏର ସଚିବ କବିନ୍ଦ୍ର ସାହୁ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।



Leave a Reply

Your email address will not be published.

You may use these <abbr title="HyperText Markup Language">HTML</abbr> tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

*