ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ।
ଭୁବନେଶ୍ୱର ତା ,୩୧.୧୦.୨୦୨୫, ମହାନ ଜନ ନାୟକ ତଥା ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ର ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ମୁଖ୍ୟ ଦପ୍ତର ରେ ଏହାର ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀ ମାନେ , ରାଷ୍ଟ୍ରରେ ଏକତା , ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବାକୁ ତଥା ଆଭ୍ୟନ୍ତରୀଣ ସୁରକ୍ଷା କୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟେକେ ନିଜକୁ ସମର୍ପଣ କରିବାକୁ ସତ୍ୟନିଷ୍ଠ ସଂକଳ୍ପ କରି ଶପଥ ନେଇଥିଲେ।
ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ସ୍ଵତନ୍ତ୍ର ଶାସନ ସଚିବ ତଥା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗଙ୍ଗାଧର ନାୟକ ଙ୍କ ଅଧ୍ୟକ୍ଷତା ରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା