REQUEST FOR PROPOSAL FOR SELECTION OF AGENCY FOR PROVIDING
COMPREHENSIVE HOUSEKEEPING AND SANITATION SERVICES FOR ODISHA
STATE HOUSING BOARD BUILDING, BHUBANESWAR.
REQUEST FOR PROPOSAL
ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ରେ ୭୭ତମ ସ୍ବାଧୀନତା ଦିବସ ପାଳିତ।
ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ରେ ୭୭ତମ ସ୍ବାଧୀନତା ଦିବସ ପାଳିତ।
ଭୁବନେଶ୍ୱର, ତା ୧୫/୮, ଦେଶରେ ୭୭ତମ ସ୍ବାଧୀନତା ଦିବସ ତଥା ସ୍ବାଧୀନତା ର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ର ମୁଖ୍ୟ ଦପ୍ତର ଗୃହ ନିର୍ମାଣ ଭବନ ପରିସରରେ ଏହି ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି।
ଉତ୍ସବ ପ୍ରାରମ୍ଭରେ ଅତିଥି ଓ କର୍ମଚାରୀ ମାନଙ୍କ ଦ୍ଵାରା, ଏକ ସୁସଜ୍ଜିତ ଆସ୍ଥାନ ଉପରେ ସ୍ଥାପିତ ମହାତ୍ମାଗାନ୍ଧୀଜୀ ଙ୍କ ପ୍ରତିକୃତି ରେ ପୁଷ୍ପଗୁଚ୍ଛ ଅର୍ପଣ ପୁର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତତ୍ ପରେ ଉତ୍ସବ ର ମୁଖ୍ୟ ଅତିଥି ତଥା ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସାଗରିକା ପଟ୍ଟନାୟକଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରି ଥିଲେ। ଶ୍ରୀମତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ, ଦେଶର ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ସହୀଦ୍ ଓ ସଂଗ୍ରାମୀ ମାନଙ୍କ ର ସ୍ମୃତି ଚାରଣ କରିବା ସହ, ସାଧାରଣ ଜୀବନ ରେ ସ୍ବଚ୍ଛତା ଅବଲମ୍ବନ ପୂର୍ବକ, ସେମାନଙ୍କର ତ୍ୟାଗ-ପୁତ୍ତ ଜୀବନ କୁ ଧ୍ୟେୟ କରି ଚାଲିବାକୁ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସଂସ୍ଥା ର ସଚିବ ଶ୍ରୀମତୀ ରଶ୍ମୀତାରାଣି ତରାସୀଆ ନିଜ ବକ୍ତବ୍ୟରେ, କର୍ମଚାରୀ ମାନଙ୍କୁ ସଂସ୍ଥା ମୁଖ୍ୟ କାର୍ଯ୍ୟାଳୟ ସୌଧର ନାମ “ ଗୃହ ନିର୍ମାଣ ଭବନ” କୁ ଯଥାର୍ଥ ରେ ରୁପାୟିତ କରିବାକୁ ପରାମର୍ଶ ଦେଇଥିଲେ।
ସଂସ୍ଥା ର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ବିପୁଳ ସଂଖ୍ୟାରେ କର୍ମଚାରୀ ମାନେ ଯୋଗ ଦେଇ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି ଅବସରରେ ମୁଖ୍ୟ ସୌଧକୁ ରଙ୍ଗୀନ୍ ଆଲୋକ ଓ ପତାକା ମାଳା ରେ ସୁସଜ୍ଜିତ କରାଯିବା ସହ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
280th Board Meeting of Odisha State Housing Board
280th Board Meeting of Odisha State Housing Board was held on 10.08.2023.
Affidavit format to be submitted by the Allottees of Chandrama Apartment
Affidavit format to be submitted by the Allottees of Chandrama Apartment
NEW NOC CHANDRAMA
ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାରେ କାଗଜଶୂନ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ
ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାରେ ଅଫିସ୍ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରଚଳିତ ଥିବା କାଗଜ ନଥିର ଉପଯୋଗ ବଦଳରେ, ବୈଷୟିକ କୌଶଳ ଆଧାରିତ “ଓସ୍ୱାସ୍”ର ଉପଯୋଗ କରାଯିବାକୁ ସ୍ଥିର କରାଯାଇଛି । ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂଦେଓ ଆଜି ଅପରାହ୍ନରେ, ଏହାର ମୁଖ୍ୟ ଦପ୍ତର ‘ଗୃହ ନିର୍ମାଣ ଭବନ’ରେ “ଓସ୍ୱାସ୍” ଢାଞ୍ଚା, ସଂସ୍ଥାରେ ପ୍ରୟୋଗ ଉଦ୍ଦେଶ୍ୟରେ ଏହାର ଉଦ୍ଘାଟନ କରିଥିଲେ । ଶ୍ରୀ ସିଂଦେଓ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାରଙ୍କର ‘୫-ଟି’ ସୂତ୍ର ଆଧାରରେ, ସଂସ୍ଥା ପରିଚାଳନା ପାଇଁ ଅତ୍ୟାଧୁନିକ ଡିଜିଟାଲ ବୈଷୟିକ ଜ୍ଞାନକୌଶଳର ଉପଯୋଗ ହେବା ଦ୍ୱାରା ସମସ୍ତ ହିତାଧିକାରୀମାନେ ତ୍ୱରିତ ସେବା ପାଇପାରିବେ । ଅଗାମାୀ ଦିନରେ ସଂସ୍ଥାର କର୍ମଚାରୀମାନଙ୍କର ଉତ୍ତର ଦାୟିତ୍ୱ ବଢିବ ।
ଏହି ଉଦ୍ଘାଟନୀ ଉତ୍ସବର ଅନ୍ୟତମ ଅତିଥି ଭାବେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସାଗରିକା ପଟ୍ଟନାୟକ, ଆଇ.ଆର.ପି.ଏସ୍ ଉପସ୍ଥିତ ଥିଲେ । ସଂସ୍ଥାର ମୁଖ୍ୟ ଯନ୍ତ୍ରୀ ଶ୍ରୀ ଲୋକନାଥ ମହାପାତ୍ର, ବିତ୍ତ ଉପଦେଷ୍ଟା ଶ୍ରୀମତୀ ପୁଷ୍ପାଞ୍ଜଳୀ ତ୍ରିପାଠୀଙ୍କ ସହ ଅନ୍ୟ ବରିଷ୍ଠ ପଦାଧିକାରୀ ଓ ‘ଓସ୍ୱାସ୍’ର ରାଜ୍ୟ ସଂଯୋଜକ ରାକେଶ କୁମାର ସାହୁଙ୍କ ସମେତ ସଂସ୍ଥାର କର୍ମଚାରୀମାନେ ଏହି ଉଦ୍ଘାଟନ ବୈଠକରେ ସାମିଲ୍ ହୋଇଥିଲେ ।