• ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଅଧ୍ୟକ୍ଷ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଙ୍କ କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲା ଗସ୍ତ ଓ ନୂତନ ଗୃହ ନିର୍ମାଣ ପ୍ରକଳ୍ପର ପରିକଳ୍ପନା

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା ଗୁଡ଼ିକୁ ଗସ୍ତରେ ଯାଇ ବିଭିନ୍ନ ସ୍ଥାନ ପରିଦର୍ଶନ କରି ନୂତନ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ଚାହିଦା ଥିବା ସ୍ଥାନ ମାନଙ୍କର ସ୍ଥିତି ନିରୀକ୍ଷଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ କୋରାପୁଟ ରେଳ ଷ୍ଟେସନ ନିକଟସ୍ଥ , ଡାଙ୍ଗଦେଉଳ ମୌଜା ରେ ଥିବା ୧୬ ଏକର ସରକାରୀ ଜମିକୁ ପ୍ରାଥମିକତା ଦେଇ ରାଜସ୍ବ କର୍ତ୍ତୃପକ୍ଷ ଙ୍କ ସହ ଏ ବାବଦରେ ବିଶଦ ଭାବେ ଆଲୋଚନା କରିଛନ୍ତି। ଏହି କ୍ଷେତ୍ର ପରିଦର୍ଶନ ସମୟରେ କୋରାପୁଟ ର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପୋଡାଲ୍ , ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ ପ୍ରମୁଖ ସାଥିରେ ରହି ଜମିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଷୋହଳ ଏକର ଜମି କୁ ସ୍ଥାନୀୟ ଅତିରିକ୍ତ ତହସିଲଦାର , ରାଜସ୍ବ ସୁପର୍ ଭାଇଜର୍ ଓ ଅନ୍ୟ କର୍ମଚାରୀ ମାନଙ୍କ ସହ ମିଶି ଚିହ୍ନଟ କରିଥିଲେ। ଏହି ଜିଲ୍ଲାର ଜୟପୁର ଠାରେ ମଧ୍ୟ ଅନ୍ୟ ଏକ ପ୍ରକଳ୍ପ ପାଇଁ ସଂସ୍ଥା ତରଫରୁ ପଦକ୍ଷେପ ନିଆ ଯାଉଥିବା ଜଣାଯାଇଛି।

ପୁନଶ୍ଚ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା ର ଜିଲ୍ଲାପାଳ ଦ୍ବୟ ଙ୍କ ସହ ଅଧ୍ୟକ୍ଷ ଶ୍ରୀ ମିଶ୍ର, ଏହି ଦୁଇ ଜିଲ୍ଲାରେ ‘ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା’ ଯେପରି ନୂତନ ପ୍ରକଳ୍ପ ମାନ କରି ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଏବଂ ଦ୍ଵନ୍ଦ ମୁକ୍ତ ଗୃହ ମାନ ଯୋଗାଇ ଦେଇ ପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଏହା ଛଡ଼ା, ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ସଂସ୍ଥା ତରଫରୁ ଅନ୍ୟ ଏକ ଗୃହ ନିର୍ମାଣ ପ୍ରକଳ୍ପ କରାଯିବା ପାଇଁ ଯୋଜନା ଥିବା ଜଣାଯାଇଛି।

ପୂର୍ବରୁ, କୋରାପୁଟ ଜିଲ୍ଲାରେ ସଂସ୍ଥା କରିଥିବା ପ୍ରକଳ୍ପ ଗୃହ ଗୁଡ଼ିକର ଦଲିଲ୍ ସମ୍ପାଦନ କାର୍ଯ୍ୟ ଶୀଘ୍ର ହେବାକୁ ପଦକ୍ଷେପ ନିଆଯାଉଥିବା ପ୍ରକାଶ କରାଯାଇଛି।

Leave a Reply

Your email address will not be published.

You may use these <abbr title="HyperText Markup Language">HTML</abbr> tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

*