ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାରେ କାଗଜଶୂନ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ

ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସଂସ୍ଥାରେ ଅଫିସ୍ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରଚଳିତ ଥିବା କାଗଜ ନଥିର ଉପଯୋଗ ବଦଳରେ, ବୈଷୟିକ କୌଶଳ ଆଧାରିତ “ଓସ୍ୱାସ୍‌”ର ଉପଯୋଗ କରାଯିବାକୁ ସ୍ଥିର କରାଯାଇଛି । ସଂସ୍ଥାର ଅଧ୍ୟକ୍ଷ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂଦେଓ ଆଜି ଅପରାହ୍ନରେ, ଏହାର ମୁଖ୍ୟ ଦପ୍ତର ‘ଗୃହ ନିର୍ମାଣ ଭବନ’ରେ “ଓସ୍ୱାସ୍‌” ଢାଞ୍ଚା, ସଂସ୍ଥାରେ ପ୍ରୟୋଗ ଉଦ୍ଦେଶ୍ୟରେ ଏହାର ଉଦ୍‌ଘାଟନ କରିଥିଲେ । ଶ୍ରୀ ସିଂଦେଓ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାରଙ୍କର ‘୫-ଟି’ ସୂତ୍ର ଆଧାରରେ, ସଂସ୍ଥା ପରିଚାଳନା ପାଇଁ ଅତ୍ୟାଧୁନିକ ଡିଜିଟାଲ ବୈଷୟିକ ଜ୍ଞାନକୌଶଳର ଉପଯୋଗ ହେବା ଦ୍ୱାରା ସମସ୍ତ ହିତାଧିକାରୀମାନେ ତ୍ୱରିତ ସେବା ପାଇପାରିବେ । ଅଗାମାୀ ଦିନରେ ସଂସ୍ଥାର କର୍ମଚାରୀମାନଙ୍କର ଉତ୍ତର ଦାୟିତ୍ୱ ବଢିବ ।
ଏହି ଉଦ୍‌ଘାଟନୀ ଉତ୍ସବର ଅନ୍ୟତମ ଅତିଥି ଭାବେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସାଗରିକା ପଟ୍ଟନାୟକ, ଆଇ.ଆର.ପି.ଏସ୍ ଉପସ୍ଥିତ ଥିଲେ । ସଂସ୍ଥାର ମୁଖ୍ୟ ଯନ୍ତ୍ରୀ ଶ୍ରୀ ଲୋକନାଥ ମହାପାତ୍ର, ବିତ୍ତ ଉପଦେଷ୍ଟା ଶ୍ରୀମତୀ ପୁଷ୍ପାଞ୍ଜଳୀ ତ୍ରିପାଠୀଙ୍କ ସହ ଅନ୍ୟ ବରିଷ୍ଠ ପଦାଧିକାରୀ ଓ ‘ଓସ୍ୱାସ୍‌’ର ରାଜ୍ୟ ସଂଯୋଜକ ରାକେଶ କୁମାର ସାହୁଙ୍କ ସମେତ ସଂସ୍ଥାର କର୍ମଚାରୀମାନେ ଏହି ଉଦ୍‌ଘାଟନ ବୈଠକରେ ସାମିଲ୍ ହୋଇଥିଲେ ।